ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ଦଳିଦେଲା ଦନ୍ତା, ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ

ହିନ୍ଦୋଳ: ହିନ୍ଦୋଳରେ ହାତୀ ଉପଦ୍ରବ । ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ଦଳିଦେଲା ଦନ୍ତା । ଚାଲିଗଲା ତିନି ନିରୀହ ଜୀବନ । ଜଙ୍ଗଲୀ ହାତୀର ଦୌରାତ୍ମ୍ୟ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବାଗଧରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ କରୁଣାକର ଦେହୁରୀ ଓ ଝୁଲଣ ଦେହୁରୀ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳୁଛି ।

ତେବେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଗୋଠ ଛଡା ହାତୀ ଜନଜୀବନକୁ ପ୍ରଭାବିତ କରୁଛନ୍ତି । ଦନ୍ତା ପଲ ଧନ ଜୀବନକୁ ଅଶାନ୍ତ କରିବା ସହ ଲୋକଙ୍କ ଜୀବନ ନେଉଛନ୍ତି । ଆଜି ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ମହିଳା କରୁଣାକର ଦେହୁରୀ ଓ ଝୁଲଣ ଦେହୁରୀ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଅନ୍ୟ ଗୁରୁତର ମହିଳାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ସେପଟେ ଦନ୍ତା ହାତୀ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଥିବାରୁ ତାତିଛନ୍ତି ସ୍ଥାନୀୟ ଲୋକେ । ସବୁଠୁ ବଡ଼ କଥା ହେଲା, ଏ ଘଟଣା ଘଟିବା ପରେ ସ୍ଥାନୀୟ ବାସିନ୍ଦା ହାତୀକୁ ଜଗି ରହି ବନବିଭାଗକୁ ଯୋଗାଯୋଗ କରିଥିଲେ । ହେଲେ ବନବିଭାଗ ଅଧିକାରୀଙ୍କ ପକ୍ଷରୁ କେହି ଫୋନ ରିସିଭ ନକରିବାରୁ ସ୍ଥାନୀୟ ବାସିନ୍ଦା ଉତ୍ୟକ୍ତ ହୋଇଥିଲେ । ପ୍ରତିବାଦସ୍ୱରୂପ ସାତମାଇଲ ଛକରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ। ଲଗାତାର ଭାବେ ହାତୀ ଲୋକଙ୍କ ଜୀବନ ନେଉଥିଵା ବେଳେ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଘଟଣା ଘଟିବାର ୧ ଘଣ୍ଟା ବିତିବା ପରେ ମଧ୍ୟ ବନବିଭାଗ ଅଧିକାରୀ ପହଞ୍ଚିନଥିବାରୁ ପ୍ରବଳ ଉତ୍ତେଜନା ବୃଦ୍ଧି ପାଇଛି ।

Also Read: ଏଣିକି ସରକାରୀ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍, ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ