ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ ମାରିଲେ ଅନ୍ୟ ଜଣେ ମହିଳା

ବାଲେଶ୍ବର: ଶୁଣିଲେ ତ କିପରି ଭୋ ଭୋ ହୋଇ କାନ୍ଦୁଛନ୍ତି ଏ ମହିଳା ଜଣକ । ଆଉ ବିକଳ ହୋଇ ମାଗୁଛନ୍ତି ନ୍ୟାୟ । କାରଣ ତାଙ୍କ ସହ ଯାହା ହୋଇଛି ଲଜ୍ଜାରେ ଲୋକଙ୍କୁ ମୁହଁ ଦେଖାଇବାକୁ ଡରୁଛନ୍ତି । ଆପଣ ଭାବୁଥିବେ ଘଟଣା କ’ଣ ? କିଛି ବୁଝାପଡ଼ୁନି ତ…

ପ୍ରକୃତରେ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଛନ୍ତି ଅନ୍ୟ ଜଣେ ମହିଳା l ୪ଦିନ ବିତିଲା ମହିଳା ପାଉ ନାହାଁନ୍ତି ନ୍ୟାୟ l ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିବାର ଭିଜୁଆଲ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି l ତାଙ୍କର ଗୋଟାଏ ଅଭିଯୋଗ ମୋ ସ୍ବାମୀ ସହ ଏ ମହିଳାର ସମ୍ପର୍କ ରହିଛି । ଯେଉଁ କଥାକୁ ସହି ନପାରି ମହିଳାଙ୍କ ପ୍ରତି ଏପରି ବ୍ୟବହାର ଦେଖାଇଛନ୍ତି ମହିଳା ଜଣକ ।

ତେବେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାରରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ମହିଳା ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋର ଥାନା ଅନ୍ତର୍ଗତ ଅସୀମିଳା ଗାଁର ସରୋଜ କୁମାର ମଳିକଙ୍କ ପତ୍ନୀ ଦିବ୍ୟାଭାରତୀ ମଳିକଙ୍କୁ ଇଚ୍ଛାପୁର ଗାଁର ଶକୁନ୍ତଳା ମଳିକ ୪ ଦିନ ତଳେ ତାଙ୍କ ସ୍ୱାମୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ବିଚ୍ ରାସ୍ତାରେ ଉଲଗ୍ନ କରି ନିର୍ଧୁମ ମାଡ଼ ମାରିଥିଲେ ।

ଏହି ବାବଦରେ ଦିବ୍ୟାଭାରତୀ ସାଉଡ଼ ଫାଣ୍ଡିରେ ଅଭିଯୋଗ କରିବା ସହିତ ଫାଣ୍ଡି ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ୫ ଶହ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ମହିଳା ଜଣଙ୍କ ସୋର ଥାନାରେ ଦ୍ୱାରସ୍ତ ହୋଇ ଥିଲେ ୪ ଦିନ ବିତିଥିଲେ ମଧ୍ଯ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି । ତେବେ ମାଡ଼ ମାରିବା ବେଳର ଦୃଶ୍ୟ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

ମହିଳାଙ୍କ କହିବା ଅନୁଯାୟୀ ଯଦି ସନ୍ଦେହ ଥିଲା ଅନ୍ୟ ବାଟରେ ମଧ୍ୟ କଥା ସମାଧାନ ହୋଇପାରି ଥାଆନ୍ତା ଏଭଳି ମିଥ୍ୟା ଅଭିଯୋଗ କରି ଏଭଳି କାଣ୍ଡ ଘଟାଇବା ଆବଶ୍ୟକ କଣ ଥିଲା । ବର୍ତ୍ତମାନ ମହିଳା ଜଣକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କହିଛନ୍ତି ।

You might also like