ଟଙ୍କା ପାଇଁ ଭୁଲିଗଲେ ସମ୍ପର୍କ: ମହିଳାଙ୍କୁ ବାଡେଇ ବାଡେଇ ମାରିଦେଲେ ସ୍ୱାମୀ ଏବଂ ପୁଅ

ଉଦଳା: ନୃଶଂସ ସାଜିଲେ ସ୍ୱାମୀ ଏବଂ ପୁଅ । ସାମାନ୍ଯ ପାରିବାରିକ କଳହକୁ କେନ୍ଦ୍ର କରି ଅତି ନିର୍ଦ୍ଦୟ ଭାବେ ମହିଳାଙ୍କୁ ବାଡେଇ ବାଡେଇ କରିଲେ ହତ୍ଯା । ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘିନୂଆସାହି ଗ୍ରାମରେ ।

ପାରିବାରିକ କଳହ ନେଲା ଉଗ୍ର ରୂପ । ସ୍ୱାମୀ ଏବଂ ସ୍ତ୍ରୀ ମଧ୍ଯରେ ଟଙ୍କା ନେଣଦେଣକୁ ନେଇ କଥା କଟାକଟି ହେବା ପରେ ଅତି ନିର୍ଦ୍ଦୟ ଭାବେ ସ୍ତ୍ରୀ କୁ ବାଡେଇ ବାଡେଇ ହତ୍ଯା କରିଲେ ସ୍ୱାମୀ ଏବଂ ପୁଅ । ଉଦଳା ଥାନା ଦିଘିନୂଆସାହି ଗ୍ରାମର ଚନ୍ଦ୍ରକାନ୍ତି ବେହେରା ଗତକାଲି ରାତିରେ ଘରେ ଥିବା ବେଳେ କିଛି ଟଙ୍କା ନେଣଦେଣକୁ ନେଇ ତାଙ୍କ ସ୍ୱାମୀ ଛତିଶ ବେହେରାଙ୍କ ସହିତ କଥା କଟାକଟି ହୋଇଥିଲା । କଥା କଟାକଟି ହେବା ପରେ ସ୍ୱାମୀ ଛତିଶ ବେହେରା ଏବଂ ପୁଅ କାର୍ତିକ ବେହେରା ଅତି ନିର୍ଦ୍ଦୟ ଭାବେ ଚନ୍ଦ୍ରକାନ୍ତିଙ୍କୁ ବାଡେଇ ବାଡେଇ ଗୁରୁତର କରିଥିଲେ । ପରେ ତାଙ୍କ ପାଟିରେ ବିଷ ଦେଇଥିଲେ ।

ସେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ପରେ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା । ହେଲେ ବାରିପଦାରେ ଚନ୍ଦ୍ରକାନ୍ତିଙ୍କର ମୃତ୍ଯୁ ହୋଇଥିଲା । ଏହାକୁ ନେଇ ଚନ୍ଦ୍ରକାନ୍ତିଙ୍କ ଭାଇ ତାଙ୍କ ଭଉଣୀଙ୍କୁ ହତ୍ଯା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ।

ଅନ୍ଯପଟେ ଘଟଣା ଭିଆଇବା ପରେ ଉଭୟ ସ୍ୱାମୀ ଏବଂ ପୁଅ ଫେରାର ହୋଇଯାଇଥିବା ଜଣାଯାଇଛି । ତେବେ ବାଡେଇ ବାଡେଇ ହତ୍ଯା କରିବା ଘଟଣାକୁ ଚନ୍ଦ୍ରକାନ୍ତିଙ୍କ ଶ୍ୱଶୁର ଅସ୍ୱୀକାର କରିଛନ୍ତି । ଉଦଳା ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଉଦଳାରୁ ଅଭିଜିତ୍‌ ବିଶ୍ୱାଳଙ୍କ ରିପୋର୍ଟ, କେନ୍ଯୁଜ୍

Leave A Reply

Your email address will not be published.