ମହିଳାଙ୍କୁ ନିର୍ମମ ହତ୍ୟା, ସ୍କାନରରେ ସମ୍ପର୍କୀୟ ଭାଇ

ମହିଳାଙ୍କୁ ନିର୍ମମ ହତ୍ୟା । ଘର ଭିତରୁ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ହାଟମୁନିଗୁଡାରେ ହତ୍ୟାକାଣ୍ଡ ଘଟିଛି।

ରାୟଗଡା (କେନ୍ୟୁଜ): ମହିଳାଙ୍କୁ ନିର୍ମମ ହତ୍ୟା । ଘର ଭିତରୁ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ହାଟମୁନିଗୁଡାରେ ହତ୍ୟାକାଣ୍ଡ ଘଟିଛି। ରାମକ୍ରୀଷ୍ଣା ମିଶନ ନିକଟରେ ଘର ଭିତରେ ବୀଭତ୍ସ ହତ୍ୟା କରାଯାଇଛି । ମୃତକ ହେଲେ ବୁରୁଜୁଗୁଡା ଗାଁର ନନ୍ଦିନୀ ନାଏକ । ସେ ରାମକ୍ରୀଷ୍ଣା ମିଶନରେ ବଗିଚା କାମ କରି ଚଳନ୍ତି । ଜଣେ ସମ୍ପର୍କୀୟଙ୍କ ଘରେ ରହୁନ୍ତି ନନ୍ଦିନୀ । ସେହିଠାରେ ତାଙ୍କୁ ହତ୍ୟା କରାଯାଇଛି ।

ସ୍କାନରରେ ନନ୍ଦିନୀଙ୍କ ସମ୍ପର୍କୀୟ ଭାଇ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ କରୁଛି । ଖୁବଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ଯୋଗାଡ଼ କରିବ ସାଇଣ୍ଟିଫିକ୍ ଟିମ୍ ।

Leave A Reply

Your email address will not be published.