ସମ୍ବଲପୁର: ଅଢ଼େଇ ବର୍ଷର ଝିଅକୁ ଧରି ମହାନଦୀର ବଢ଼ି ପାଣିକୁ ଡେଇଁ ଆତ୍ମହତ୍ୟା କଲା ମା’! ବ୍ରିଜ ଉପରୁ ସ୍କୁଟି, ମୋବାଇଲ୍ ଓ ଚପଲ ଜବତ

ସମ୍ବଲପୁର: ସମ୍ବଲପୁରରେ ଚାଉଁରପୁରଠାରେ ମହାନଦୀର ବଢ଼ି ପାଣିରେ ଡେଇଁ ମାଆ ଓ ଝିଅ ଆତ୍ମହତ୍ୟା କରିଥିବା ସନ୍ଦେହ । ମହାନଦୀର ଦ୍ୱିତୀୟ ବ୍ରିଜ୍ ଉପରୁ ଗୋଟିଏ ସ୍କୁଟି, ମୋବାଇଲ୍ ଓ ଚପଲ ଜବତ କରିଛି ଟାଉନ୍ ଥାନା ପୋଲିସ । ଗତକାଲି ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟା ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି ।
ସୂଚନା ଅନୁଯାୟୀ, ନିଖୋଜ ମହିଳା ହେଲେ ଧମା ଅଞ୍ଚଳର ପୂଜା ଅଗ୍ରଓ୍ଵାଲ ଓ ତାଙ୍କ ଅଢ଼େଇ ବର୍ଷର ଝିଅ । ଗତକାଲି ଦିନ ୧୨ଟାରେ ବୁଲିବାକୁ କହି ଘରୁ ଆସିଥିଲେ । ବହୁ ସମୟ ଧରି ନ ଫେରିବା ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବାପରେ ବ୍ରିଜ ଉପରୁ ସ୍କୁଟି ମିଳିଥିଲା ।
ତେବେ ଏହାପରେ ଆତ୍ମହତ୍ୟା ସନ୍ଦେହ ଘନେଇଛି । ଆଜି ପୁଣି ଖୋଜାଖୋଜି କରିବ ଅଗ୍ନିଶମ ବାହିନୀ । କେସିଙ୍ଗାରେ ବିବାହ କରିଥିବା ପୂଜା ଧମାରେ ନିଜ ବାପ ଘରକୁ ବୁଲିବାକୁ ଆସିଥିଲେ ।