ଜଙ୍ଗଲରେ ପଡିଛି ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହରେ ଜଣେ ଯୁବକ ଅଟକ

ଉଦଳା : ଜଙ୍ଗଲରୁ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହରେ ଜଣେ ଯୁବକ ଅଟକ । ମୟୂରଭଞ୍ଜ କପ୍ତିପଦା ଥାନା ବିଦ୍ୟାଧରନଗର ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ମାଦେ ବାଣ୍ଡରାଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଯୁବତୀଙ୍କ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । କେହି ତାଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଆହୁରି ପଢ଼ନ୍ତୁ : ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ