କଟକ ଗୋରାକବର ନିକଟସ୍ଥ ମହାନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ(କେନ୍ୟୁଜ୍‌): ମହାନଦୀରୁ ମୃତଦେହ ଉଦ୍ଧାର । କଟକ ଗୋରାକବର ନିକଟସ୍ଥ ମହାନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଉଦ୍ଧାର କରିଛି ବିଡାନାସୀ ଥାନା ପୋଲିସ ।

ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କ ବୟସ ୩୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.