ବାସୁଦେବପୁର: ମହିଳା ଆଉ ଜଣେ ବ୍ୟକ୍ତିଙ୍କ ଭିତରେ ପୁରା ହାତାହାତି ପରିସ୍ଥିତିରେ । ଆଉ ଦେଖଣାହାରୀ ସାଜିଛନ୍ତି ଅନେକ ଲୋକ । ତେବେ ମହିଳାଙ୍କ ପାଟିରେ କମ୍ପୁଥିଲା ଏରିଆ । ହାତରେ ଚପଲ ଧରି ଅଶ୍ଳିଳ ଭାଷାରେ ଗାଳି ବି କରୁଥିଲେ । ତେବେ ଘଟଣା କଣ? ଏମାନେ କିଏ? ଏମିତି ଏଠାରେ କାହିଁକି ଗାଳିଗୁଲଜ ମାରପିଟ୍ ଲାଗିଛନ୍ତି? ଆସନ୍ତୁ ଜାଣିବା ଜାଣିବା ।
ଯାହା ଖବର ମିଳିଛି, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପରିସରରେ ଗତକାଲି ଅପରାହ୍ନରେ ଦେଖିବାକୁ ମିଳିଥିଲା ଏଇ ହାଇଡ୍ରାମା । ଜଣେ ମହିଳାଙ୍କ ଆକ୍ସନ୍ ଦେଖିବାକୁ ଜମିଥିଲା ଗହଳି । ଗତକାଲି ବାସୁଦେବପୁର ବ୍ଲକ ଜଗନ୍ନାଥ ପ୍ରସାଦ ପଂଚାୟତ ପାଟଣା ମିଶ୍ରପୁର ଗ୍ରାମର ସବିତା ନାୟକ ନାମକ ଏହି ମହିଳା ବାଲିମେଦ ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତାଙ୍କୁ ବ୍ଳକ୍ ପରିସରରେ ଜୋତାରେ ପିଟିଥିଲେ । ଯାହାକୁ ନେଇ ପୂର୍ବତନ ସରପଞ୍ଚ ବି ଉକ୍ତ ମହିଳାଙ୍କୁ ମାଡ ମାରିଥିଲେ । ଏକ ପୁରୁଣା ଘଟଣାକୁ କେନ୍ଦ୍ର କରି ଏଭଳି ଏକ ହାଇଡ୍ରାମା ଘଟିଥିବା କୁହାଯାଇଛି ।
ତେବେ ପୂର୍ବତନ ସରପଞ୍ଚଙ୍କ କହିବା କଥା, ବ୍ଲକ ପରିସର ମଧ୍ୟରେ କିଛି ଲୋକଙ୍କ ସହିତ ସେ ଆଲୋଚନା କରୁଥିବା ବେଳେ ମହିଳା ଜଣକ ତାଙ୍କ ପାଖରେ ପହଁଚି ଗାଳି
ପ୍ରଥମେ ଗୁଲଜ କରିବା ସହିତ ଜୋତାରେ ପଟିଥିଲେ । ଏହାପରେ ପ୍ରଫୁଲ୍ଲ ନିଜକୁ ରକ୍ଷା କରିବାକୁ ଯାଇ ସେହି ମହିଳାଙ୍କୁ ମାଡ ମାରିଥିଲେ । ଏପଟେ ମହିଳା ଜଣକ ଓଲଟା କଥା କହିଛନ୍ତି, ସେ କହିଛନ୍ତି ପ୍ରଥମେ ପ୍ରଫୁଲ୍ଲ ତାଙ୍କୁ ଅଙ୍ଗୁଳି ଦେଖାଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବାରୁ ସେ ଚପଲରେ ବାଡେଇଥିଲେ ।
ତେବେ ଏନେଇ ଖବର ପାଇ ବାସୁଦେବପୁର ପୋଲିସ୍ ଘଟଣା ସ୍ଥଳରେ ପହଁଚି ମହିଳାଙ୍କୁ ଥାନାକୁ ନେଇ ଆସିଥିଲେ । ଏପଟେ ଉଭୟଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ୍ ମହିଳାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଏଭଳି ଏକ ହାଇଡ୍ରାମା ସମଗ୍ର ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।