ପଟ୍ଟାମୁଣ୍ଡାଇ/କେନ୍ଦ୍ରାପଡ଼ା : କାଲି ମହିଳାଙ୍କୁ ଟାଣି ନେଇଥିଲା କୁମ୍ଭୀର । ଆଜି ବ୍ରାହ୍ମଣୀ ନଦୀରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତର ଅଳପୁଆଡିଆ ଗାଁରେ ଅଘଟଣ। ଆଜି ପେଣ୍ଠ ପୋଲ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଗାଁର ମଞ୍ଜୁଲତା ଭଞ୍ଜ ବ୍ରାହ୍ମଣୀ ନଦୀ କୂଳକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିଲା। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି କରିଥିଲେ,କିନ୍ତୁ ମଞ୍ଜୁଲତାଙ୍କ ମୃତଦେହ ମିଳି ନ ଥିଲା । ପୂର୍ବରୁ ମଧ୍ୟ ଏହି ଜାଗାରୁ ଅନ୍ୟ ଜଣଙ୍କୁ କୁମ୍ଭୀର ଟାଣିନେବା ପରି ଘଟଣା ଘଟିଛି।