ଜଙ୍ଗଲରୁ ମିଳିଲା ମହିଳାଙ୍କ କଙ୍କାଳ, ମୃତ୍ୟୁକୁ ନେଇ ସନ୍ଦେହ

ଉମରକୋଟ : ଘଞ୍ଚ ଜଙ୍ଗଲରୁ ମିଳିଲା ମହିଳାଙ୍କ କଙ୍କାଳ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ହୀରାପୁର ଗାଁର କେନ୍ଦୁ ଜଙ୍ଗଲରୁ ଜଣେ କଙ୍କାଳ ଠାବ ହୋଇଛି । ମୃତଦେହର ମୁଣ୍ଡରୁ ଅଣ୍ଟା ପର୍ଯ୍ୟନ୍ତ କଙ୍କାଳ ରହିଥିିବା ବେଳେ ତଳଭାଗକୁ କୌଣସି ଜଙ୍ଗଲୀ ଜନ୍ତୁ ଖାଇ ଦେଇଥିବା ସନ୍ଦେହ କରାଯାଉଛି । କଙ୍କାଳର ବାମ ହାତରେ ନୀଳ ରଙ୍ଗର ଦୁଇଟି ଚୁଡି ରହିଥିବାରୁ ଏହା ବେଳେ ମହିଳାଙ୍କ କଙ୍କାଳ ବୋଲି ଜଣାପଡୁଛି ।

କଙ୍କାଳର କିଛି ଦୂରରେ କିଛି ଜିନିଷ ପୋଡାଯାଇଥିବା ଦେଖାଯାଇଛି । ଗୋଟିଏ ମୋବାଇଲ ଚାର୍ଜର ପୋଡ଼ି ଯାଇଥିବା ଅନୁମାନ କରାଯାଉଛି । ସେ ଅଞ୍ଚଳରୁ କୌଣସି ମହିଳା ନିଖୋଜ ନଥିବାରୁ ଜଙ୍ଗଲରେ ଥିବା କଙ୍କାଳ କାହାର ପ୍ରଶ୍ନ ଉଠିଛି । ମହିଳାଙ୍କୁ କିଏ ହତ୍ୟା କରିଛି ନା ଦୁଷ୍କର୍ମ ପରେ ହତ୍ୟା ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ଘଟଣା ସ୍ଥଳରେ ଉମରକୋଟ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛି।