ନଦୀକୂଳରେ ନରକଙ୍କାଳ, ୪ ବର୍ଷ ପୂର୍ବେ ନିଖୋଜ ମହିଳାଙ୍କର ହୋଇଥିବା ସନ୍ଦେହ

ଭଦ୍ରକ: ନଦୀକୂଳରେ ନରକଙ୍କାଳ । ଭଦ୍ରକ କେନ୍ଦୁଆପଦା ଥାନା କଳାହାଣ୍ଡିଆ ଗାଁ ନିକଟ କପାଳୀ ନଦୀ ନିକଟରୁ ମହିଳାଙ୍କ କଙ୍କାଳ ଉଦ୍ଧାର ହୋଇଛି । ମିଳିଥିବା କଙ୍କାଳ ଫୁଲଗଡିଆ ଗାଁର ରାଧା ମୁଣ୍ଡାଙ୍କର ବୋଲି ଜଣାପଡିଛି ।
ଅଭିଯୋଗ ଅନୁଯାୟୀ, ଗତ ୪ ବର୍ଷ ପୂର୍ବେ କଳାହାଣ୍ଡିଆ ଗାଁର ରାମ ବେହେରାଙ୍କୁ ବିବାହ କରିଥିଲେ। ପାରିବାରିକ କଳହକୁ ନେଇ ଗତ କିଛିଦିନ ହେଲା ରାଧା ନିଖୋଜ ଥିଲେ। ଗତକାଲି ନଦୀକୂଳରୁ ଏକ କଙ୍କାଳ ଉଦ୍ଧାର ହୋଇଥିଲା । ସେହି କଙ୍କାଳଟି ରାଧାଙ୍କର ବୋଲି କହିଛନ୍ତି ପରିବାର । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ସ୍ବାମୀ ରାମ ବେହେରାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଆହୁରି ପଢ଼ନ୍ତୁ : ତେଜୁଛି ଭିଟାମାଟି ସଂଘର୍ଷ, ଆଜି ରାଉରକେଲା ବନ୍ଧମୁଣ୍ଡା ମାର୍କେଟ ବନ୍ଦ