ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ! ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ (କେନ୍ୟୁଜ): ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ପୁରୁଣାପାଣି ସାହିର ଘଟଣା। ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ପୁରୁଣାପାଣି ସାହିର ସୁନିତା ବିଶ୍ୱାଳ। ଯୌତୁକ ଜନିତ କାରଣରୁ ସ୍ୱାମୀ ସୂର୍ଯ୍ୟମଣି ବିଶ୍ୱାଳ ସ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆଜିକୁ ପ୍ରାୟ ୧୨ବର୍ଷ ତଳେ ସୂର୍ଯ୍ୟମଣି ସୁନିତାକୁ ବିବାହ କରିଥିଲେ । ଯୌତୁକ ଜନିତ କାରଣରୁ ସ୍ୱାମୀ ସ୍ତ୍ରୀଙ୍କୁ ମଦ୍ୟପାନ କରି ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । କାଲି ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଲହ ହୋଇଥିଲା । ଆଜି ସକାଳୁ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସ୍ୱାମୀ ସୂ୍‌ର୍ଯ୍ୟମଣିକୁ ଅଟକ ରଖି ପୋଲିସ ପଚରା ଉଚରା ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.