ଖଡ଼ିଆଳରେ ମଦ ବିରୋଧରେ ତାତିଲେ ମହିଳା

ନୂଆପଡ଼ା (କେନ୍ୟୁଜ୍) : ମଦ ବିରୋଧରେ ତାତିଲେ ମହିଳା । ବେଆଇନ ଦେଶୀ ମଦ ଭାଟି ଉଚ୍ଛେଦ ଦାବିରେ ନୂଆପଡା ଖଡିଆଳ ବ୍ଲକ ବରଗାଁ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ମହିଳାମାନେ ଏକ ସଚେତନତା ରାଲି କରିବା ସହ ଜଣେ ମଦ ବ୍ୟବସାୟୀଙ୍କ ନିକଟରୁ ଚୋରା ଚାଲାଣ ବେଳେ ଦେଶୀମଦ ପାଉଚ ଜବତ କରିଛନ୍ତି । ମଦ ଜବତ କରି ମହିଳାମାନେ ଖଡିଆଳ ଅବକାରୀ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ନପହଂଚିବାରୁ ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

You might also like