କପଡ଼ାରେ ବିଭିନ୍ନ ସାମଗ୍ରୀ ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା

ଆଜିକାଲି ଗ୍ରାମାଞ୍ଚଳର ମହିଳା ମାନେ ଘରେ ନ ବସି ଗ୍ରୁପ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । କପଡ଼ାରେ ବିଭିନ୍ନ ସାମଗ୍ରୀ ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାରୁ ମହିଳା ମାନେ ସବୁଠି ଚର୍ଚ୍ଚାରେ ରହିଛନ୍ତି ।

ଆଜିକାଲି ଗ୍ରାମାଞ୍ଚଳର ମହିଳା ମାନେ ଘରେ ନ ବସି ଗ୍ରୁପ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । କପଡ଼ାରେ ବିଭିନ୍ନ ସାମଗ୍ରୀ ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାରୁ ମହିଳା ମାନେ ସବୁଠି ଚର୍ଚ୍ଚାରେ ରହିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକ ଅନ୍ତରା ଅଞ୍ଚଳରେ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଅନ୍ତରା ପଞ୍ଚାୟତର ବାବା ବେଲେଶ୍ୱର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ ଚାନ୍ଦୁଆ, ଦେବା ଦେବୀଙ୍କ ଡ୍ରେସ, ପତାକା ଆଦି ବିଭିନ୍ନ ସାମଗ୍ରୀ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

୨୦୦୩ ମସିହାରେ ୧୧ଜଣ ମହିଳାମାନେ ମିଶି ଏକ ଗ୍ରୁପ ତିଆରି କରିଥିଲେ । ଏହି ଗ୍ରୁପ ମାଧ୍ୟମରେ ଋଣ ଆଣି ଦୁଇ ପଇସା ରୋଜଗାର କରିବା ପାଇଁ ଏମାନେ ଯୋଜନା ଆରମ୍ଭ କରିଥିଲେ । ଏହି ଗ୍ରୁପର ହୀରାକାନ୍ତି ନାଥ ଅନ୍ୟ ସମସ୍ତ ମହିଳାଙ୍କୁ ଚାନ୍ଦୁଆ, ଘାଗରା, ଦେବାଦେବୀଙ୍କ ଡ୍ରେସ ତିଆରି କରିବା ଶିଖାଇ ଥିଲେ । ସେବେଠାରୁ ମହିଳା ମାନେ କପଡ଼ାରୁ ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରି ଗ୍ରାମାଞ୍ଚଳରେ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ସେମାନଙ୍କ ହାତ ତିଆରି ସାମଗ୍ରୀ ସ୍ଥାନୀୟ ମାର୍କେଟ, ମେଳା ମହୋତ୍ସବ ଏବଂ ବିଭିନ୍ନ ଜିଲ୍ଲାକୁ ବିକ୍ରି ନିମନ୍ତେ ପଠାଇଥାନ୍ତି । ଏଥିରୁ ମାସିକ ଯାହା ରୋଜଗାର ହୁଏ ନିଜେ ଖର୍ଚ୍ଚ କରିବା ସହ ପରିବାରର ଗୁଜରାଣ ମେଣ୍ଟାଇ ପାରୁଛନ୍ତି । ଚାନ୍ଦୁଆ ସହିତ ଦେବା ଦେବୀଙ୍କ ଡ୍ରେସ ସୁନ୍ଦର ଭାବେ ପ୍ରସ୍ତୁତ କରୁଥିବାରୁ ଯାହାକୁ ଦେଖି ଲୋକମାନେ ମନ୍ଦିର କିମ୍ୱା ଠାକୁର ଘର ସଜେଇ ରଖିବା ପାଇଁ କିଣି ନେଇଥାନ୍ତି । ପୂର୍ବରୁ ମହିଳା ମାନେ ଘରେ ବସିରହୁଥିବା ବେଳେ ଏବେ କପଡ଼ାରେ ସାମଗ୍ରୀ ତିଆରି କରି ପରିବାର ଚଳାଇବା ସହ ନିଜେ ମଧ୍ୟ ସ୍ୱାବଲମ୍ବୀ ହୋଇପାରୁଛନ୍ତି । ମହିଳାଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ଖୁବ ପ୍ରସଂଶା କରୁଛନ୍ତି ।

Leave A Reply

Your email address will not be published.