ଭଦ୍ରକ : ହସ୍ପିଟାଲରେ ସୁଇପରଙ୍କୁ ମହିଳାଙ୍କ ମାଡ

ଭଦ୍ରକ (କେନ୍ୟୁଜ୍) : ମେଡିକାଲ ଅଫିସରଙ୍କ ଆଗରେ ସୁଇପରଙ୍କୁ ମହିଳାଙ୍କ ମାଡ । ଭଦ୍ରକ ପୁରୁଣା ବଜାର ସ୍ଥିତ ହସ୍ପିଟାଲରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ହସ୍ପିଟାଲରେ କାମକରୁଥିବା ସୁଇପର ବିଜୟ ମହାରି ଗତକାଲି କାମ କରୁଥିବା ବେଳେ ମାମୁନି ଘଡାଇ ନାମକ ମହିଳା ଡାକ୍ତରଖାନାରେ ପଶି ସୁଇପରଙ୍କୁ ମାଡ ମାରିଥିଲେ । ଖବର ପାଇ ପୁରୁଣା ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

You might also like