ଜମିଜମା ଘଟଣାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼, ଭିଡ଼ିଓ ଭାଇରାଲ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ଲକ୍ଷ୍ମୀ ସାଗର ଅଞ୍ଚଳରେ  ଦିନକୁ ଦିନ ଅରାଜକତା ବ୍ୟାପିବାରେ ଲାଗିଛି। ଯାହା ଥମିବାର ନା ଧରୁନି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଲକ୍ଷ୍ମୀ ସାଗର ଉପର ସାହିରେ। ଜମିଜମା ଘଟଣାକୁ କେନ୍ଦ୍ର କରି ଘର ପାଖାପାଖି ପଡୋଶୀଙ୍କ ଭିତରେ ଘମାଘୋଟ ଗଣ୍ଡଗୋଳ ଘଟିଛି। ପରିସ୍ଥିତ ଏଭଳିହେଲା ଯେ ଛିନଛତର ମାଡ଼ପିଟ ମଧ୍ୟ ହେଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ ଭୁବନେଶ୍ବର ଲକ୍ଷ୍ମୀ ସାଗର ଉପର ସାହିରେ  ରୁହନ୍ତି ଲକ୍ଷ୍ମଣ ରାଉତଙ୍କ ପରିବାର । ସେହିଭଳି  ଅନ୍ୟ ଜଣେ ବିଧବା ମହିଳା କୁନିତା ପରିଡ଼ା ମଧ୍ୟ ସେହି ଲକ୍ଷ୍ମୀସାଗର ଉପର ସାହିରେ ରୁହନ୍ତି । ଏମାନଙ୍କ ମଧ୍ୟରେ ଜମି ବାଡ଼ି ବିବାଦ ଲାଗି ରହିଥିବାରୁ ଉଭୟଙ୍କ ମଧ୍ୟରେ ଅନେକ ସମୟର ଗଣ୍ଡଗୋଳ ଲାଗି ରହିଥିବା ସୂଚନା ମିଳିଛି। ଆକ୍ରମଣର ଶିକାର ହୋଇଥିବା ବିଧବା ମହିଳାଙ୍କ ପରିବାର ଲକ୍ଷ୍ମୀ ସାଗର ଥାନାରେ ଅଭିଯୋଗ କରିଆସିଥିଲେ ମଧ୍ୟ ଲକ୍ଷ୍ମୀ ସାଗର ଥାନା କେବଳ ସମାଧାନ କରି ଛାଡ଼ିଦେଇଥାନ୍ତି।   ଯାହା ଫଳରେ ଥାନାରୁ ଫେରି ପୁଣି ଝଗଡ଼ା ଲାଗନ୍ତି ଦୁଇ ପରିବାର। ତେବେ ଗତକାଲି ଉଭୟ ପରିବାର ମଧ୍ୟରେ  ପୁଣି ଝଗଡ଼ା ଲାଗି ଘଟଣା ଉଗ୍ରରୂପ ନେଇଥିଲା। ଶେଷରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।

women beat 1

କହିଁକି ଏ ଦୁଇପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା ଥରେ ନଜର ପକାନ୍ତୁ। ଅଭିଯୋଗ ହୋଇଛି କି ବିଧବା ମହିଳା କୁନିତା ପରିଡ଼ାଙ୍କ ଜମିକୁ ଚଞ୍ଚକତାର ସହିତ ହଡ଼ପ କରି ନେଇଯିବାକୁ ଲକ୍ଷ୍ମଣ ରାଉତଙ୍କ ପରିବାର  ଚେଷ୍ଟା କରୁଛନ୍ତି। ଗତକାଲି  କୁନିତାଙ୍କ ଜମିକୁ ଦଖଲ କରି ଘର ତିଆରି କରୁଥିଲେ ଲକ୍ଷ୍ମଣ ରାଉତଙ୍କ ପରିବାର। ଏହି ସମୟରେ କୁନିତା ପ୍ରତିବାଦ କରିବାରୁ ଲକ୍ଷ୍ମଣ ରାଉତଙ୍କ ପରିବାର କୁନିତା  ଓ ତାଙ୍କ ନଣନ୍ଦଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ  ଆଜି ଉକ୍ତ ବିଧବା ମହିଳା ଡିସିପିଙ୍କ ଦ୍ବାରସ୍ଥ  ହୋଇଛନ୍ତି। ତେବେ କେବେ ସେମାନେ ଏହି ଘଟଣାରେ ନ୍ୟାୟ ପାଇବେ ତାକୁହିଁ ଦେଖିବାକୁ ବାକି ରହିଲା ।ତେବେ ଏବାବଦରେ ଅକ୍ରମଣକରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.