ରାଉରକେଲାରେ ପିଲା ଚୋରି ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼

women thefସମ୍ବଲପୁର: ପୁଣି ପିଲା ଚୋରି ସନ୍ଦେହ। ମହିଳାଙ୍କୁ ହାତ ଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ପିଟିଲେ ଗାଁ ଲୋକ। ଆକ୍ରମଣରେ ମହିଳା ଜଣକ ଲହୁ ଲୁହାଣ ହୋଇଥିଲେ। ରାଉରକେଲା ଗୋପବନ୍ଧୁପାଲିରେ ଏଭଳି ଘଟଣା ସାମନାକୁ ଆସିଛି। ସପ୍ତାହେ ତଳେ ଏହି ଘଟଣା ଘଟିଥିଲା। ସୂଚନା ଅନୁଯାୟୀ ରାତି ବେଳେ ମହିଳା ଜଣଙ୍କ ଫେରୁଥିବା ବେଳେ କିଛି ଲୋକ ପିଲା ଚୋରି ସନ୍ଦେହରେ ତାଙ୍କର ହାତ ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ଅତି ଅମାନୁଷିକ ଭାବରେ ମହିଳାଙ୍କୁ ପିଟିଥିଲେ।

women beaten ଏନେଇ ମହିଳା ଜଣଙ୍କ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ କରିଥିଲେ ବି କେହି ତାଙ୍କ ଅଭିଯୋଗକୁ ଶୁଣି ନଥିଲେ। ସେହି ମହିଳାଙ୍କୁ ପିଟୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଏହା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଉରକେଲା ଏସ୍ପି। ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ କିଛି ଫେରାର ଅଛନ୍ତି ବୋଲି ପୁଲିସ ସୁତ୍ରରୁ ସୂଚନା ମିଳିଛି। ଫେରାର ଥିବା ଅପରାଧୀଙ୍କୁ ଧରିବା ପାଇଁ ଖୋଳତାଡ ଚଲାଇଛି ପ୍ଲାଣ୍ଟସାଇଟ୍ ଥାନା ପୁଲିସ।

Leave A Reply

Your email address will not be published.