ନିଆଳି ସେବା ସମବାୟ ସମିତି ସମ୍ପାଦକଙ୍କୁ ମହିଳାଙ୍କ ମାଡ଼ : ଭିଡିଓ ହେଉଛି ଭାଇରାଲ

ନିଆଳି (କେନ୍ଯୁଜ୍): କଟକ ଜିଲ୍ଲାର ନିଆଳି ଥାନା ମାଧବ ସେବା ସମବାୟ ସମିତି ସମ୍ପାଦକ ଅର୍ଜୁନ ପଲାଇଙ୍କୁ ଅଫିସ ମଧ୍ୟରେ କିଛି ମହିଳା ମାଡ ମାରୁଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ମିଳିତ ମହିଳା ଦେୟ ଗୋଷ୍ଠୀ ଋଣ ପାଇଁ ଆବେଦନ କରିଥିଲେ। ବିଳମ୍ବ ହେବାରୁ ଗତକାଲି ସମ୍ପାଦକଙ୍କୁ ମହିଳା ମାନେ ମାଡ ମାରିଥିବା ନେଇ ସମ୍ପାଦକ ନିଜେ ସ୍ବୀକାର କରିଛନ୍ତି। କିନ୍ତୁ ଭିଡିଓରେ ମାଡ ମାରୁଥିବା ସମୟରେ ଅନ୍ଯକିଛି କଥା ଶୁଣିବାକୁ ମିଳୁଛି। ଏନେଇ ସମ୍ପାଦକ ନିଆଳି ପୋଲିସ ଥାନାରେ ଏତଲା ଦେଇଛନ୍ତି।