ଘର ବାଡ଼ି ପଛପଟୁ ମିଳିଲା ମହିଳାଙ୍କ ଝୁଲନ୍ତା ଶବ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କୁଣ୍ଡାପିଠା ଚିନାମାଳୀ ସାହିରେ ଘର ପଛପଟୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଗ୍ରାମର ଜଗନ୍ନାଥ ମହାନ୍ତଙ୍କ ପତ୍ନୀ ସରିତା ମହାନ୍ତ।
ଜଗନ୍ନାଥଙ୍କ କହିବା ଅନୁଯାୟୀ, ଏକ ବର୍ଷ ପୂର୍ବରୁ ଉଭୟଙ୍କ ବିବାହ ହୋଇଥିଲା । ତେବେ ଗତ ରାତି ସ୍ବାମୀ ସ୍ତ୍ରୀ ଉଭୟଙ୍କ ଅନ୍ୟ ଦିନ ଭଳି ଖାଇବା ସାରି ଶୋଇବାକୁ ଯାଇଥିଲେ। କିନ୍ତୁ ଆଜି ସକାଳୁ ଘର ବାଡ଼ି ପଛପଟୁ ସରିତାଙ୍କୁ ଏକଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଲେ। ପରିବାର ଲୋକ ତୁରନ୍ତ ଏନେଇ ସ୍ଥାନୀୟ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁନ୍ଧାନ କରିବା ସହ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଇଛି। ତେବେ ଏପର୍ୟ୍ୟନ୍ତ ଏହା ହତ୍ୟା କି ଆତ୍ମହତ୍ୟା ତାହା କିଛି ଜଣାପଡ଼ି ନାହିଁ।