ତାତିଲେ ମହିଳା: ନିସ୍ତୁକ ଛେଚି, ଭାଙ୍ଗିଲେ ମଦ ବେପାରୀଙ୍କ ଗାଡ଼ି

ଭଦ୍ରକ: ମଦ ବେପାରୀଙ୍କ ଗାଡ଼ି ସହିତ ନିସ୍ତୁକ ପିଟିଲେ ବେପାରୀଙ୍କୁ।  ବାଂଶଡ଼ା ଥାନା ଧାମରା କରଣପଲ୍ଲୀ ପଞ୍ଚାୟତରେ ଘଟିଛି ଏହି ଘଟଣା। ଏକ ମଦ ବୋଝେଇ ବୋଲେରୋ ସହ ଏକ ବାଇକର ଧକ୍କା ହୋଇଥିଲା। ଏହାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ବୋଲେରୋରେ ଚୋରା ମଦ ଥିବା ଜାଣି ଗାଁ ମହିଳାମାନେ ତାତି ଯାଇଥିଲେ। ଠେଙ୍ଗା ବାଡ଼ି ଧରି ବୋଲେରୋକୁ ପିଟି ପିଟି ଚୁନା କରି ଦେଇଥିଲେ। ପେଟି ପେଟି ମଦକୁ ବାଡ଼େଇ ଭାଙ୍ଗି ଦେଇଥିଲେ। ଭଦ୍ରକରୁ ଏହି ବୋଲେରୋ ଧାମରା ଆସୁଥିଲା। ବାଇକ୍ ସହ ଧକ୍କା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମହିଳା ମଣ୍ଡଳ ସଦସ୍ୟ ଆସି ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ।

Leave A Reply

Your email address will not be published.