ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ: ମହିଳା ଜୀବନ୍ତ ଦଗ୍ଧ

women burnଭଦ୍ରକ: ନିଆଁରେ ପୋଡି ହୋଇ ମହିଳା ଜୀବନ୍ତ ଦଗ୍ଧ। ପୁରୁଣା ବଜାର ଶେଖ୍ ସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ନିଆଁରେ ପୋଡି ହୋଇ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ସାହିର ଉଦୟ ଖିଲାରଙ୍କ ଘରେ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲାଗିବା ପରେ ଉଦୟ ଓ ପରିବାରର ଅନ୍ୟ ସଦସ୍ୟ ଘରୁ ବାହାରକୁ ବାହାରି ଆସିଥିବାବେଳେ ସ୍ତ୍ରୀ ସୁବାସିନୀ ଭିତରେ ରହିଯାଇଥିଲେ।ଫଳରେ ନିଆଁରେ ପୋଡି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରିଥିଲା। ତେବେ ନିଆଁ କିପରି ଲାଗିଲା ସେନେଇ ଜଣାପଡି ନଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ନିଆଁ ଲାଗି ଉଦୟଙ୍କର ୨ ବଖରା ଘର ପୋଡିଜଳି ପାଉଁଶ ହୋଇଯାଇଛି।