ବିଜେବି ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ । ମହିଳା କମିସନର ୩ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି । ରୁଚିକା ଆତ୍ମହତ୍ୟା କରିଥିବା ହଷ୍ଟେଲ ରୁମ୍‌ ଦେଖିଛନ୍ତି । ହଷ୍ଟେଲ ୱାଡେନ ଓ କିଛି ଛାତ୍ରୀଙ୍କୁ ପଚରାଉଚୁରା କରିଥିବା ଜଣାପଡ଼ିଛି ।

ସେପଟେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ସଂଗଠନ । ଏହାର ସିବିଆଇ ତଦନ୍ତ ଦାବି କରିବା ସହ ମୃତ ଛାତ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ନବନିର୍ମାଣ ଯୁବ ଛାତ୍ର ସଂଗଠନ ଧାରଣାରେ ସାମିଲ ହୋଇଛନ୍ତି ମୃତ ଛାତ୍ରୀଙ୍କ ବାପା ଓ ମାଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.