ରାଉରକେଲା: ମହିଳା ଆଇଆଇସି ଆଣିଲେ ସ୍ବାମୀଙ୍କ ନାମରେ ନିର୍ଯାତନା ଅଭିଯୋଗ, ଥାନାରେ ଦେଲେ ଏତଲା

ରାଉରକେଲା(କେନ୍ୟଜ୍): ନିଜ ସ୍ବାମୀଙ୍କ ନାମରେ ନିର୍ଯ୍ୟାତନାର ଅଭିଯୋଗ ଆଣିଲେ ସୁନ୍ଦରଗଡ଼ ବିରମିତ୍ରପୁର ମହିଳା ଥାନା ଅଧିକାରୀ ସ୍ନିଗ୍ଧା ରାଣୀ ସୁନା। ରାଉରକେଲା ରଘୁନାଥପଲ୍ଲୀ ଥାନାରେ ନିଜ ସ୍ବାମୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ସ୍ନିଗ୍ଧା। ସ୍ବାମୀଙ୍କ ବିରୋଧରେ ନିର୍ଯ୍ୟାତନା, ମାର ଧର କରିବା, ଜୀବନରୁ ମାରିଦେବା ଧମକ, ଅସମ୍ମାନ, ମାନସିକ, ଶାରୀରିକ ନିର୍ଯ୍ୟାତନା ଭଳି ଅଭିଯୋଗ ଆଣିଛନ୍ତି।

ସ୍ନିଗ୍ଧା ରାଣୀ ସୁନା ପୂର୍ବରୁ ରାଉରକେଲା ରେ ବିଭିନ୍ନ ଥାନାରେ ସବ ଇନିସ୍ପେକ୍ଟର ପଦରେ ଥିଲା ବେଳେ ପରେ ପଦନ୍ନତି ପାଇ ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ ଆଇଆଇସି ଏବଂ ନିକଟରେ ବିରମିତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ବ ନେଇଛନ୍ତି।  ତେବେ ସ୍ନିଗ୍ଧା ନିଜ ଅଭିଯୋଗରେ ବିବାହ ପରଠୁ ତାଙ୍କ ସ୍ୱାମୀ ତାଙ୍କର ବାରଣ କରିବା ସତ୍ତ୍ବେ ମଧ୍ୟ ତାଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ମାନସିକ ନିର୍ଯ୍ୟାତନା ଦେବା ସହ ମାରଧର କରିଆସୁଥିଲେ। ବାଧ୍ୟ ହୋଇ ସ୍ନିଗ୍ଧା ଗତ ୧୭ ତାରିଖ ସନ୍ଧ୍ୟାରେ ରଘୁନାଥପଲ୍ଲୀ ଥାନାରେ ସ୍ୱାମୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାକୁ ଗୁରୁତ୍ୱର ନେଇ ୪୯୮,୩୨୮,୫୦୬,୩୭୬,୫୧୧,୩୫୪,୩୯୨,୩୪ଓ ୩୦୭ ଦଫା ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସ୍ନିଗ୍ଧାରାଣୀ ସୁନାଙ୍କ ସ୍ୱାମୀ ସୁରେଶ କୁମାର ବାଗ ପେଷାରେ  ଜଣେ ଅଧ୍ୟାପକ ।  ଏବେ ରାଉରକେଲା ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜୁନିୟର କଲେଜ ରେ ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ଗତ ଶୁକ୍ରବାର ଠାରୁ ସୁରେଶ ଛୁଟି ନେଇ ନିଜ ପୈତୃକ ଗ୍ରାମ ବଲାଙ୍ଗୀରକୁ ଚାଲିଯାଇଛନ୍ତି ।  ଛୁଟି ଶେଷ ହେବା ପୂର୍ବରୁ ସ୍ବାସ୍ଥ୍ୟ ଖରାପ୍ ଦର୍ଶାଇ ସୁରେଶ ଅଧିକ ଦିନ ଛୁଟି ବଢାଇଛନ୍ତି ବୋଲି କଲେଜ ଅଧ୍ୟକ୍ଷ ପ୍ରକାଶ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.