ପରକୀୟା ପ୍ରୀତିର କରୁଣ ପରିଣତି, ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ମହିଳା

କେନ୍ଦୁଝର(କେନ୍ଯୁଜ୍) : ପରକୀୟା ପ୍ରୀତି ହେଲା କାଳ । ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ମହିଳା । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡନୁଆଗାଁରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ହରିଚନ୍ଦନପୁର ହସ୍ପିଟାଲ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ନାଁ ରାଜେନ୍ଦ୍ର ନାଏକ ଓ ଘର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଝରବେଡ଼ା ଗାଁରେ । ଅଭିଯୋଗ ହୋଇଛି ରାଜେନ୍ଦ୍ରଙ୍କର ବଡନୁଆଗାଁର ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା । ରାଜେନ୍ଦ୍ର ଚେନ୍ନାଇରେ କାମ କରୁଥିଲେ । ଗତକାଲି ରାତିରେ ସେ ମହିଳାଙ୍କ ପାଖକୁ ଯାଇଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ମହିଳା ଜଣଙ୍କ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ ।