ମୟୂରଭଞ୍ଜ : ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ପ୍ରାଣ ହରାଇଲେ ପ୍ରସୂତି

ମୟୂରଭଞ୍ଜ (କେନ୍ଯୁଜ୍) : ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ପ୍ରାଣ ହରାଇଲେ ପ୍ରସୂତି । ଘଟଣା ଘଟିଛି ଉଦଳା ଡାକ୍ତରଖାନାରେ । ଡାକ୍ତରଙ୍କ ଅବହେଳା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ମୟୂରଭଞ୍ଜ, କପ୍ତିପଦା ଥାନା ପଦ୍ମପୋଖରୀ ଗାଁର ରଶ୍ମିତା ମହାପାତ୍ର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ତାଙ୍କର ଯନ୍ତ୍ରଣା ହୋଇଥିଲା । ହେଲେ ପାଖରେ ଥିବା ଡାକ୍ତର ଓ ନର୍ସକୁ ଡାକିଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ପରିବାର ଲୋକେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.