ଫସଲ ପାଇଁ ବାଡ଼ରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଅନ୍ତର୍ଗତ ଗଇଲୋ ଗ୍ରାମରେ ଅଘଟଣ ଫସଲ ପାଇଁ ଲାଗିଥିବା ବିଦ୍ୟୁତ ବାଡ଼ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ଗଇଲୋ ଗାଁର ସଂଯୁକ୍ତା ସାହୁ । ସଞ୍ଜୁକ୍ତା ନିଜ ଘର ପାଖ ବାଡ଼ିକୁ ଯାଇଥିବା ବେଳେ ପଡୋଶୀ ଲକ୍ଷ୍ମୀଧର ସାହୁ ଓ ଉଦୟନାଥ ସାହୁଙ୍କ ବାଡ଼ିରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଦ୍ୟୁତ ଝଟକା ଖାଇଥିଲେ । ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ତାଙ୍କ ହାତଟି ବିଦ୍ୟୁତ ଆଘାତ ଯୋଗୁଁ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ସଂଯୁକ୍ତାଙ୍କ ପୁଅ ସୁବ୍ରତ ସାହୁ ପରଜଙ୍ଗ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.