ଗାଧୁଆ ଘରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ

ଚାନ୍ଦବାଲି(କେନ୍ୟୁଜ୍): ଗାଧୁଆ ଘରୁ ପୋଲିସ ଉଦ୍ଧାର କଲା ମହିଳାଙ୍କ ଝୁଲନ୍ତା ମୃତ ଦେହ। ଏମିତି ଘଟଣା ଦେଖିବାକୁ ମିଳିଛି ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବଜରାପୁର ପଞ୍ଚାୟତ ବଜରାପୁର ଗ୍ରାମରେ। ପଞ୍ଚାନନ ସାହୁଙ୍କ ପୁଅ ଦିଗମ୍ବର ସାହୁ ୨୦୧୬ ମସିହାରେ ମୋତୋ ଅଞ୍ଚଳରେ ମୁରଲୀଧର ସାହୁଙ୍କ ଝିଅ ମିତାଲତାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହକୁ ୬ବର୍ଷ ପୁରିଛି। କୋଳରେ ଗୋଟିଏ ୪ବର୍ଷର ପୁଅଟିଏ ମଧ୍ୟ ଅଛି। ସ୍ୱାମୀ ଦିଗମ୍ବର ବିଦେଶରେ ଏକ ଘୋରାଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। କୌଣସି କାରଣ ବସତଃ ଆଜି ସକାଳେ ସମୟରେ ବାଡ଼ି ପଛପଟରେ ଥିବା ଗାଧୁଆ ଘରକୁ ଗାଧୋଇବା ପାଇଁ ଯାଇଥିଲେ ଏବଂ ସେଠାରୁ ବାହାରିବା ବିଳମ୍ବ ହେବାରୁ ଘରଲୋକ କବାଟ ଖୋଲି ଦେଖିବା ବେଳକୁ ମିତାଲତା ବେକରେ ଏକ ଲୁଗା ଲଗାଇ ଜୀବନ ହାରିଦେଇଛନ୍ତି ।

କୋଳରେ ତାଙ୍କର ୪ ବର୍ଷର ପୁଆଟିଏ ମଧ୍ୟ ଅଛି । ମାକୁ ନପାଇ ପୁଆ ଆଖିର ଲୁହ ଶୁଖୁନାହିଁ ।ଏବିଷୟରେ ଦିଗମ୍ବରଙ୍କ ବାପା ପଞ୍ଚାନନ ସାହୁ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଏପଟେ ଝିଅ ପରିବାର ପକ୍ଷରୁ ଘଣ୍ଟେଶ୍ୱର ପୋଲିସ ଘଟଣାର ତଦନ୍ତ ଚଳାଇଛି।ଅନ୍ୟପଟେ ଝିଅର ବାପଘର ଲୋକେ ଝିଅକୁ ତାର ଶ୍ବଶୁର ଏବଂ ଦିଅର ମିଳିମିଶି ମାରି ଦେଇଥିବା ବଂଶଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଶ୍ବଶୁରକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି।

 

Leave A Reply

Your email address will not be published.