ଗଞ୍ଜାମ: ରବିବାର ଠାରୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ପରିତ୍ୟକ୍ତ କୂଅରୁ ହେଲା ଉଦ୍ଧାର

ଗଞ୍ଜାମ(ବ୍ୟୁରୋ):  ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ନାଇଡୁପଲ୍ଲୀ ଗାଁ ନିକଟ ଏକ ଜମିରେ ଥିବା କୂଅରୁ ମୃତଦେହ ମିଳିଛି । ମୃତକ ମହିଳା ହେଲେ ସାଗୁଣାପଲ୍ଲୀ ଗାଁର ନାରଶୁ ନାହାକ । ଗତ ରବିବାରଠୁ ସେ ନିଖୋଜ ଥିଲେ ।

ଆଜି ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ମୃତଦେହ ଦେଖି ଗ୍ରାମବାସୀ ପୁରୁଷୋତ୍ତମପୁର ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

 

Leave A Reply

Your email address will not be published.