ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ , ଟଙ୍କା ଦାବି କରିବାରୁ ହୋଇଥିଲା ବିଳମ୍ବ

ମାଲକାନଗିରି(କେନ୍ୟୁଜ୍) : ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ଆମ୍ବୁଲାନ୍ସ ଆଣିବା ପାଇଁ ଡ୍ରାଇଭର ଟଙ୍କାଦାବି କରିବାରୁ ମହିଳାଙ୍କୁ ଡାକ୍ତରଖାନା ନେବାରେ ବିଳମ୍ବ ହୋଇଥିଲା। ଏହା ଫଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ମାର୍କାଗୁଡ଼ା ଗ୍ରାମରେ ଜଣେ ମହିଳା ବିଷ ପିଇ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନା ନେବାକୁ ପରିବାର ଲୋକମାନେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଆମ୍ବୁଲାନ୍ସ ପାଇଁ ଡ୍ରାଇଭର ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ। ପରିବାର ଲୋକେ ବାଧ୍ୟ ହୋଇ ହଜାରେ ଟଙ୍କା ଦେବା ପାଇଁ ରାଜି ହେବା ପରେ ବହୁ ବିଳମ୍ବରେ ଆମ୍ବୁଲାନ୍ସ ଆସିଥିଲା। ମହିଳାଙ୍କୁ ଡାକ୍ତରଖାନା ନେବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.