ଡାହାଣୀ ସନ୍ଦେହରେ ମହିଳାଙ୍କୁ ବିଷ ଦେଇ ହତ୍ୟା

ଆନନ୍ଦପୁର(କେନ୍ୟୁଜ୍) : ଡାହାଣୀ ସଂଦେହ ରେ ମହିଳାଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହାଡବହଲି ଗାଁରେ । ଗାଁ ରେ ବାସ କରୁଥିବା ଫୁଲ ମାଝିଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ସେହି ଗାଁର ଜଣେ ଦମ୍ପତିଙ୍କ ଦୀର୍ଘ ବର୍ଷ ହେବ କୌଣସି ସନ୍ତାନ ହେଉ ନଥିଲା । ଏଥିପାଇଁ ଫୁଲ ମାଝୀଙ୍କୁ ଡାହାଣୀ ସଂଦେହ କରି ସମ୍ପୃକ୍ତ ଦମ୍ପତି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଏନେଇ ରାମଚନ୍ଦ୍ରପୁର ପୋଲିସ୍ ଏକ ମାମଲା ରୁଜୁ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ।