ଭାରସାମ୍ୟ ହରାଇ ୨୫ ଫୁଟ ତଳକୁ ଖସିଲା ବାଇକ, ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା: ବାଲିଗୁଡା ଥାନା ମିଡିଆପାଙ୍ଗା ବୁଲାଣିରେ ଭାରସାମ୍ୟ ହରାଇ ୨୫ ଫୁଟ ତଳକୁ ଖସିଲା ବାଇକ । ଦୁର୍ଘଟଣାରେ ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ଓ ୫ ବର୍ଷର ଝିଅ ଆହତ ହୋଇଛନ୍ତି । ବାଲିଗୁଡା କୋଟାରୀ ସାହିରୁ ସ୍ୱାମୀ ସ୍ତ୍ରୀ ପାଞ୍ଚ ବର୍ଷ ର ଝିଅ ସହ ବାଇକରେ କୋଟଗଡ଼ ଯାଉଥିବା ସମୟରେ ମିଡିଆପାଙ୍ଗା ନିକଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ରେ ସ୍ତ୍ରୀ ଶିବାନୀ ଦିଗାଲଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଜାପତ ଦିଗାଲ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ସ୍ୱାମୀ ଜାପତଙ୍କୁ ବାଲିଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଲିଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

You might also like