ମୟୁରଭଞ୍ଜ: ପଣ୍ଡା ଚରାଇବାକୁ ଯାଇ ଆଉ ଫେରିଲାନି ଜୀବନ, ପୋଖରୀରେ ବୁଡି ମହିଳା ମୃତ

କରଞ୍ଜିଆ(କେନ୍ୟୁଜ୍):  ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରରୁଆ ଥାନା ଅନ୍ତର୍ଗତ ପଣ୍ଡାବିଲା ଗାଁରେ । ମିଳିଥିବା ସୂଚନା ମିତାବକ  ଗାଁରେ ଜଣେ ମହିଳା ପଣ୍ଡା ଚରାଇବାକୁ ଯାଇଥିଲେ । ଫେରିବା ବେଳେ ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡିଯାଇଥିଲେ ।

ଏହା ଦେଖି ସ୍ଥାନୀୟ କିଛି ଲୋକେ ମହିଳା ଜଣଙ୍କୁ ଉଦ୍ଧାର କରିବା ବେଳକୁ ମହିଳା ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ଘଟଣା ସ୍ଥଳରେ ଶୁକୃଳି ତହସିଲ ଅଫିସର କିଛି କର୍ମଚାରୀ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଏହି ଘଟଣା ଅପରାହ୍ନ ୪ ଟା ସମୟରେ ଘଟିଥିବାର ସୂଚନା ମିଳିଛି। ଏହି ଘଟଣାକୁ ନେଇ  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ରରୁଆ ପୋଲିସ ତରଫରୁ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.