ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମହିଳା କର୍ମଚାରୀ କାଟିଦେଲେ ହାତ, ଦୁଇ ବର୍ଷ ଧରି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା କଲେ ଅଭିଯୋଗ

ଖୋର୍ଦ୍ଧା(କେନ୍ୟୁଜ୍): ହାତ କାଟିଦେଲେ ମହିଳା ବ୍ୟାଙ୍କ କର୍ମଚାରୀ । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବ୍ୟାଙ୍କରେ କାର୍ଯ୍ୟରତ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ରାଜଶ୍ରୀ ରାଉତ ନିଜ ହାତ କାଟିଛନ୍ତି । ୩ଜଣ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ବ୍ୟାଙ୍କରେ କାର୍ଯ୍ୟରତ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ରାଜଶ୍ରୀ ରାଉତ ।

ଗତ ଦୁଇ ବର୍ଷ ଧରି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହଠାତ ତାଙ୍କ ବଦଳି ଆଦେଶକୁ ନେଇ ମାନସିକ ସ୍ତରରେ ଭାରସାମ୍ୟ ହରାଇ ବ୍ୟାଙ୍କ ପରିସରରେ ହାତ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ୟାଙ୍କ କର୍ମଚାରୀଙ୍କ ସହିତ ପୋଲିସ ମେଡିକାଲ ନେଇ ଚିକିତ୍ସା କରିଥିଲେ । ତେବେ ବଦଳି ଆଦେଶରେ ପାତରଅନ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଅନ୍ୟପଟେ ଘଟଣାର ତଦନ୍ତ ଦାବି କରିଛନ୍ତି ରାଜଶ୍ରୀ ।

 

Leave A Reply

Your email address will not be published.