କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କ ପ୍ରତିବାଦ, ଶାରିରୀକ ନିର୍ଯାତନା ଅଭିଯୋଗ
କଟକ : କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କ ପ୍ରତିବାଦ । ଜଣେ ନିର୍ଦ୍ଦିଷ୍ଟ ଅଧିକାରୀ ମାନସିକ, ଶାରିରୀକ ନିର୍ଯାତନା ଦେଇଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ।
ଉଦ୍ଦେଶ୍ୟମୂଳକ ଭାବରେ ମହିଳା କର୍ମଚାରୀଙ୍କୁ ହଇରାଣ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ଉକ୍ତ ମହିଳା । ତେବେ ମହିଳାଙ୍କ ଅଭିଯୋଗ ଗୁଡ଼ିକୁ ଆଧାର କରି ଏକ କମିଟି ଗଠନ କରି ତଦନ୍ତ କରାଯାଇଥିଲା। ସେହି ତଦନ୍ତ ରିପୋର୍ଟ କଟକ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ସିଡିଏମଓ ।