ଭୁବନେଶ୍ବର : ଚେନ ଲୁଟୁଥିବା ବେଳେ ଲୁଟେରାକୁ କାବୁ କଲେ ମହିଳା

ଭୁବନେଶ୍ବର (କେନ୍ୟୁଜ୍) : ସାହସୀ ମହିଳାଙ୍କୁ ସମ୍ମାନିତ କରିବ କମିସନରେଟ ପୋଲିସ। ଚେନ ଲୁଟୁଥିବା ବେଳେ ଦୁର୍ବୃତ୍ତକୁ କାବୁ କରି ସାହସିକତାର ପରିଚୟ ଦେଖାଇଥିବାରୁ ମିଳିବ ସମ୍ମାନ। ଭୁବନେଶ୍ୱର ଜିଜିପି କଲୋନୀର ମଳୟ ବିହାରରେ ଦିନ ପ୍ରାୟ ୨ଟା ବେଳେ ବାଇକରେ ଦୁଇଜଣ ଦୁର୍ବୃର୍ତ୍ତ ମହିଳାଙ୍କ ବେକରୁ ଚେନ ଲୁଟିବାକୁ ଉଦ୍ୟମ ହୋଇଥିଲା। ତେବେ ମହିଳାଜଣକ ସାହସିକତାର ପରିଚୟ ଦେଇ ସେମାନଙ୍କୁ କାବୁ କରିଥିଲେ। ଜଣେ ଦୁର୍ବୃତ୍ତ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଜଣକୁ ସେ ଧରିନେଇଥିଲେ। ଏଥିରେ ମହିଳା ସାମାନ୍ୟ ଆହତ ହୋଇଛନ୍ତି।