ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ଇଡେ ମାଢି

ମାଲକାନଗିରି(କେନ୍ୟୁଜ୍) : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ। ମାଲକାନଗିରି ଏସ୍‌ପିଙ୍କ ନିକଟରେ ଜଣେ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଇଡେ ମାଢି ଓରଫ ଯିବନି। ସେ ପଡିଆ ଦଲମର ସଦସ୍ୟ ଥିଲେ। ତାଙ୍କୁ ଧରାଇ ଦେବା ପାଇଁ ରାଜ୍ୟ ସରକାର ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କରିଥିଲ। ପୋଲିସ ଉପରେ ଆକ୍ରମଣ ଓ ନିରୀହ ଆଦିବାସୀଙ୍କୁ ହତ୍ୟା ଆଦି ଘଟଣାରେ ସେ ସଂପୃକ୍ତ ଥିଲେ। ରାଜ୍ୟ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ଇଡେ ମାଢିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ଏସ୍‌ପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like