ମହିଳା ଗୃହରକ୍ଷୀଙ୍କୁ ଦୁଷ୍କର୍ମ ଅଭିଯୋଗ , ପୁଲିସ ତଦନ୍ତ ଜାରି

କନ୍ଧମାଳ : ରାଜ୍ୟରେ ଦିନକୁ ଦିନ ଅପରାଧ ତାହାର ସୀମା ପାର କରିବାରେ ଲାଗିଛି। ସେହିଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ଜି. ଉଦୟଗିରୀ ଅଞ୍ଚଳରେ ନଜର ଆସିଛି। ଜଣେ ମହିଳା ଗୃହରକ୍ଷୀଙ୍କ ସହ ଜଣେ ଜବାନ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ମହିଳା ଜଣଙ୍କ ଘରେ କେହି ନଥିବା ସମୟର ସୁଯୋଗ ଉଠାଇ ଜୋରଜବରଦସ୍ତି ଘର ମଧ୍ୟକୁ ପଶି ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ , ମହିଳା ଗୃହରକ୍ଷୀ ଘଟଣା ସମ୍ବନ୍ଧୀୟ ଜି.ଉଦୟଗିରି ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ।ଅଭିଯୁକ୍ତ ଜବାନ ଜଣଙ୍କ ଟିକାବାଲି ଥାନା ଅନ୍ତର୍ଗତ ପେନାଗବେରି ଗ୍ରାମର ଟୁଲୁ ପ୍ରଧାନ ଜଣାପଡ଼ିଥିବା ବେଳେ ପୀଡ଼ିତା ଜଣଙ୍କ ହେଉଛନ୍ତି ଜାକିସିନୁ ନାୟକ । ଏନେଇ ଜି.ଉଦୟଗିରି ଥାନାରେ ଏକ ମାମଲା ରୁଜୁ ହେବା କରାଯିବା ସହ ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡ଼ାକ୍ତରୀ ପରୀକ୍ଷା କରାଯାଉଛି।

Leave A Reply

Your email address will not be published.