ଭଲପାଇ ଠକି ଦେଲେ ଦୁଷ୍ମନ୍ତ, ଦୁଇଦିନ ଧାରଣାରେ ବସିବା ପରେ ମିଳିଲାନି ନ୍ୟାୟ, ଜୋର ଜବରଦସ୍ତ ଧସେଇ ପଶିଲେ ଟିନା

ଭଞ୍ଜନଗର (କେନ୍ୟୁଜ): ଗାଁ ଦାଣ୍ଡରେ ପ୍ରେମିକ ସହ ବାହାଘର ହେବାର ୬ ଦିନପରେ ପୁଣି ଗାଲେରୀ ଗାଁରେ ସ୍ବାମୀ ଘର ଆଗରେ ଧାରଣା ଦେଲେ ଟିନାରାଣୀ । ସ୍ବାମୀ ଦୁଷ୍ମନ୍ତ ତାଙ୍କୁ ଛାଡ଼ିଦେଇ କେଉଁଆଡେ ଚାଲିଯାଇଥିବା ସୂଚନା ମିଳିଛି । ପ୍ରେମରେ ପ୍ରତାରିତ ହୋଇ, ପୂର୍ବରୁ ପ୍ରେମିକର ଘର ଆଗରେ ଧାରଣା ଦେଇଥିଲେ । ଗତ ୨୯ ତାରିଖରେ ଗାଁ ଦାଣ୍ଡରେ ଶଙ୍ଖା – ସିନ୍ଦୂର ଲଗାଇ ବାହାଘର ହୋଇଥିଲା । ମାତ୍ର ଏବେ ପ୍ରେମ କାହାଣୀ ନୂଆ ମୋଡ଼ନେଇଛି।

ବିବାହର ମାତ୍ର ୬ ଦିନ ପରେ ହଠାତ ଟିନାଙ୍କୁ ଛାଡ଼ି କେଉଁଆଡେ ଗାୟବ ହୋଇଯାଇଛନ୍ତି ଦୁଷ୍ମନ୍ତ । ସେଥିପାଇଁ ଟିନା ଦୁଇ ଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ବସିଥିଲେ । ଶୀତ କାକରରକୁ ଖାତିର ନକରି ଟିନା ଧାରଣାରେ ବସିଥିଲେ । ଶେଷରେ ଅନ୍ୟ ଉପାୟ ନପାଇ ତାଲା ଭାଙ୍ଗି ତାଙ୍କ ଶଶୁରଙ୍କ ଦୋକାନ ଗୃହରେ ପ୍ରବେଶ କରିଛନ୍ତି ଟିନା । ଗ୍ରାମବାସୀ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ଟିନା ଦୋକାନରେ ଯାଇ ପ୍ରବେଶ କରିଛନ୍ତି । ଏହାସହ ନିଜକୁ ସୁରକ୍ଷା ଯୋଗାଇ ଦେବା ସହିତ, ତାଙ୍କ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିଦେବା ପାଇଁ ଗାଲେରୀ ଫାଣ୍ଡି ଅଧିକାରୀଙ୍କୁ ଏତଲା ବି ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି ନିଜ ସ୍ୱାମୀ ନ ଆସିବାଯାଏଁ ସେ ସେହି ଦୋକାନ ଘରେ ରହିବେ ।

Leave A Reply

Your email address will not be published.