ଥାନା ଆଗରେ କାନ୍ଦୁଛନ୍ତି ମହିଳା, ଘର କରିଦେବାକୁ ୮ ଲକ୍ଷ ନେଇ ଯୁବକ ଠକିଥିବା ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ): ଠକେଇର ଶିକାର ହୋଇଥିବା ମହିଳାଙ୍କ ଖଣ୍ଡଗିରି ଥାନାରେ ଧାରଣା । ଅନୁପ କୁମାର ରଥ ନାମକ ଜଣେ ଯୁବକଙ୍କ ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି ମହିଳା । ଯୁବକ ଜଣଙ୍କ ଘର ନିର୍ମାଣ କରିବା ପାଇଁ ମହିଳାଙ୍କ ଠାରୁ ୮ ଲକ୍ଷ ଟଙ୍କା ଠକି ନେଇଯାଇଥିବା ଅଭିଯୋଗ ହୋଇଛି । ୬ ମାସ ମଧ୍ୟରେ ଘର ନିର୍ମାଣ କରିବାକୁ ଏଗ୍ରିମେଣ୍ଟ ହୋଇଥିଲେ ବି ଘର କରୁନାହାନ୍ତି କି ଟଙ୍କା ଫେରସ୍ତ କରୁନଥିବା କହିଛନ୍ତି ମହିଳା ।

ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନହେବା ଯାଏ ଥାନାରେ ଧାରଣାରେ ବସିବେ ବୋଲି ମହିଳା ଜଣକ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.