ଥମୁନି ଆନ୍ଧ୍ରର ଦାଦାଗିରି: ନିଜ ଅଧିକାରୀଙ୍କ ଦ୍ୱାରା କୋଟିଆରେ କରୁଛି ମହିଳା ସମାବେଶ

କୋରାପୁଟ(କେନ୍ଯୁଜ୍): କୋଟିଆରେ ଥମୁନି ଆନ୍ଧ୍ରର ଦାଦାଗିରି । ଆନ୍ଧ୍ର ଅଧିକାରୀଙ୍କ ଦ୍ୱାରା କୋଟିଆରେ ମହିଳା ସମାବେଶ । କୋଟିଆର ବିବାଦୀୟ ୨୧ଟି ଗାଁରେ ଆନ୍ଧ୍ର ଅଧିକାରୀମାନେ ଆସି ସରକାରୀ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଗତ ୨୨ ତାରିଖରେ ବିବାଦୀୟ ଗାଁ ଗୁଡିକରେ ସ୍କୁଲ କମିଟି ଗଠନ କରିଥିଲେ ।

୨୩ ତାରିଖରେ ଗାଁ ଓ ପଂଚାୟତ ସ୍ତରରେ ମହିଳାମାନଙ୍କୁ ନେଇ ମହିଳା ସଂଗଠନ ଗଠନ କରିଛନ୍ତି । ସାଲୁର ମଣ୍ଡଳ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୋଟିଆରେ ମହିଳା ସମାବେଶ ଆୟୋଜନ କରାଯାଇଛି । ଆନ୍ଧ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ଭାଗିଦାରି କରିବା ସହ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରି ଆର୍ଥିକ ସହାୟତା ଯୋଗାଇଦେବାକୁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ସମାବେଶରେ ଆନ୍ଧ୍ରର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.