ନବରଙ୍ଗପୁର : ସାରା ରାଜ୍ୟର ଚାଞ୍ଚଲ୍ୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲାରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା । ମୃତ ମହିଳା ହେଲେ କଙ୍ଗାରା ଗାଁର ଜେମା ଭତରା । ୩୧ ତାରିଖରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଜି ଜେମା ହଠାତ୍ ଉପର ମହଳାରୁ ଡେଇଁ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ କର୍ମଚାରୀ ମାନେ ଉଦ୍ଧାର କରିଥିଲେ ବି ତାଙ୍କର ମୃତ୍ୟୁ ହୋଇଥିଲା । ଛାତରୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।