ରାଉରକେଲା : କୁକୁଡା ଫ୍ୟାକଟ୍ରିରେ କାମ ଦେବା ବାହାନାରେ ଡାକିନେଇ ରାଉରକେଲାର ଜଣେ ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି ଉଦ୍ୟମ କରିଥିଲେ ଦଲାଲ। ଏପରିକି ଜଣେ ବିବାହିତ ଲୋକ ସହ ଯୁବତୀଙ୍କର ବିବାହ କରାଇବାକୁ ଯୋଜନା କରିଥିଲେ। ମନା କରିବାରୁ ତାଙ୍କୁ ଶାରୀରିକ ନିର୍ୟାତନା ବି ଦେଇଥିଲେ।
ଯୁବତୀ ଜଣଙ୍କ କୌଶଳ କ୍ରମେ ଖସି ଆସିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ରାଉରକେଲା ଉଦିତନଗର ଥାନାରେ ପୀଡିତା ଅଭିଯୋଗ କରିବା ପରେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଉ ୩ ଜଣ ଏଥିରେ ସାମିଲ ଥିଲେ। ସେମାନଙ୍କୁ ଗିରଫ କରିବାକୁ ପୋଲିସ ଖୋଜୁଛି । ଦଲାଲମାନେ ଗୋପବନ୍ଧୁପାଲିର ବୋଲି ଜଣା ପଡିଛି । ଏମାନଙ୍କ ମଧ୍ୟରେ ଯୁବତୀଙ୍କର ଜଣେ ସଂପର୍କୀୟ ବି ଅଛି । ରାଉରକେଲାର ଆହୁରି ଅନେକ ଯୁବତୀ ସେଠାରେ ଫସି ରହିଥିବା ପୀଡିତା ଅଭିଯୋଗ କରିଛନ୍ତି ।