ରାଜ୍ୟ

ନିରାଶ୍ରୟ ଓ ଅସହାୟ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ବିନା ଉନ୍ନତି ହୋଇ ନପାରେ: ମହିଳା ଦିବସ ଉପଲକ୍ଷେ ଡ. ଅଚ୍ୟୁତ ସାମନ୍ତଙ୍କ ବାର୍ତ୍ତା

କେନ୍ୟୁଜ୍(ବ୍ୟୁରୋ):  କିଟ ଓ କିସ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ ସ୍ଥାୟୀ ଭବିଷ୍ୟତ ପାଇଁ ଆଜିର ଲିଙ୍ଗଗତ ସମାନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଲେ, ମହିଳା ସଶକ୍ତିକରଣ ପାଇଁ ଆମକୁ ପ୍ରଥମେ ସମାଜର ନିରାଶ୍ରୟ, ଅସହାୟ ମହିଳାଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଓ ସହାନୁଭୂତି ଯୋଗାଇବା ଉଚିତ। ଉପଯୁକ୍ତ ସମ୍ମାନ ବିନା ଉନ୍ନତି ହୋଇ ନ ପାରେ। ଯେଉଁ ଘରେ, ସମାଜ ଓ ଦେଶରେ ନାରୀଙ୍କ ପ୍ରତି ସମ୍ନାନ ନାହିଁ ସେଠାରେ ଉନ୍ନତି ସମ୍ଭବ ନୁହେଁ। କିଟ୍‌ ଓ କିସ୍‌ ସର୍ବଦା ମହିଳାଙ୍କୁ ସମ୍ମାନ ଦେବା ସହ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସୁଛି। ମହିଳାଙ୍କ ସଶକ୍ତିକରଣ ଓ ସେମାନଙ୍କୁ ସେମାନଙ୍କ ଦକ୍ଷତା ନେଇ ସଚେତନ କରାଇବା ଦିଗରେ କିଟ୍‌ ଓ କିସ୍‌ ପକ୍ଷରୁ କନ୍ୟାକିରଣ, କଳିଙ୍ଗ ଫେଲୋସିପ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଡ. ସାମନ୍ତ କହିଥିଲେ।

କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, ମାତୃତ୍ୱ ହେଉଛି ସକଳ ଶକ୍ତିର ଆଧାର। ସମଗ୍ର ବିଶ୍ୱରେ ମହିଳାମାନେ ହେଉଛନ୍ତି ଶକ୍ତିର ଉତ୍ସ। ବିନା କୌଣସି ସାହାଯ୍ୟ ସହଯୋଗରେ ଜଣେ ମହିଳା ବହୁତ କିଛି କାର୍ଯ୍ୟ ସାଧିତ କରିପାରେ। ମହିଳାମାନେ ଶିକ୍ଷିତ ହେଲେ ସେମାନଙ୍କ ସାମର୍ଥ୍ୟ ଠାରୁ ଅଧିକ କାର୍ଯ୍ୟ ତୁଲାଇପାରିବେ। ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ ମହିଳାଙ୍କୁ ସେମାନଙ୍କ ନିଜ ଭାଗ୍ୟ ନିର୍ଦ୍ଧାରଣ ପାଇଁ ଛାଡ଼ିଦେବା ଉଚିତ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ କିମ୍‌ସର ଉପ କୁଳପତି ଡା. ସିବିକେ ମହାନ୍ତି ଯୋଗଦେଇ କହିଲେ, ମହିଳାମାନେ ସେମାନଙ୍କ ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରାଇବା ଉଚିତ।

ମହିଳାମାନେ ସବୁବେଳେ ସଶକ୍ତ। ସେମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ ଊଣା ନୁହନ୍ତି। ମହିଳାଙ୍କ ମଧ୍ୟରେ ଦକ୍ଷତା ରହିଛି, ମାତ୍ର ଏ ନେଇ ସେମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ଡା. ମହାନ୍ତି କହିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କିଟ୍‌ ଓ କିସ୍‌ ମହିଳା କର୍ମଚାରୀଙ୍କୁ ନେଇ ଏକ ମହିଳା ଫୋରମର ଶୁଭାରମ୍ଭ ହୋଇଥିଲା ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

13 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

25 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

37 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

41 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago