ବରଗଡ଼ର ବିସ୍ମୟ ବାଳିକା ଆଲିସା, ଆଖି ବନ୍ଦ କରି କରୁଛି ଚମତ୍କାରିତା

ଏ ହେଉଛନ୍ତି ଆଲିସା ସିଂଘଲ । ଡାକ ନାମ ବ୍ରେବି । ବୟସ ମାତ୍ର ୮ ବର୍ଷ । ହେଲେ ବ୍ରେବି ପାଖରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ପ୍ରତିଭା । ତାଙ୍କ ଆଖିରେ କପଡ଼ା ବାନ୍ଧି ଦେଇ ସାମ୍ନାରେ କଣ ଅଛି ବୋଲି ପଚାରିଲେ ଆଲିସା ଆରାମରେ କହି ଦେଉଛନ୍ତି ।
ଆମ ରାଜ୍ୟ ବରଗଡ଼ର ଝିଅ ଆଲିସା ସିଂଘଲ । ତୃତୀୟ ଶ୍ରେଣୀର ଛାତ୍ରୀ ।

ALISA-2

ଗତ ଗୁରୁବାର ଦିନରୁ ଅଚାନକ ତାଙ୍କ ଭିତରେ ଏହି ଆଶ୍ଚର୍ଯ୍ୟଜନକ ପ୍ରତିଭା ଥିବା ଜଣାପଡ଼ିଛି । ଆଖିରେ ଏକ କଳାପଟି ବାନ୍ଧି ଦେଇ ତାଙ୍କ ସାମ୍ନାରେ କଣ ଅଛି ବୋଲି ପଚାରିଲେ ସେ ତୁରନ୍ତ କହିଦେଉଛନ୍ତି ଜିନିଷର ନାଁ । ତାଙ୍କର ଏହି ବିସ୍ମୟକର ପ୍ରତିଭାକଥା ଜାଣିବା ପରେ ବାପା, ମାଆ ପରିବାର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ।
ବାସ୍ତବ କଥା ଜାଣିବା ପାଇଁ ଆମେ ମଧ୍ୟ ନେଇଥିଲୁ ଆଲିସାଙ୍କ ପରୀକ୍ଷା । ବିଭିନ୍ନ ରଙ୍ଗ ବିଷୟରେ ପଚାରିଲୁ । ତାସ୍‌ର ଚିହ୍ନ, ସଂଖ୍ୟା ପଚାରିଲୁ ଯାହାକି ସେ ଖୁବ୍‌ ସହଜରେ କହିଦେଲେ । ତାପରେ ଆମକୁ ଆହୁରି ଆଶ୍ଚର୍ଯ୍ୟ କରିଥିଲା ଆଉ ଗୋଟିଏ ଘଟଣା । ବହିରେ କଣ ଲେଖା ହୋଇଛି ବୋଲି ପଚାରିବାକୁ ସେ ଅତି ସହଜରେ ପଢ଼ି ଦେଲେ । ଏଟିଏମ୍ କାର୍ଡ଼ ହେଉକି ପରିବାର ଲୋକ କିଏ ସାମ୍ନାରେ ଅଛନ୍ତି ଆଖି ବନ୍ଦ ଥାଇ ଆଲିସା କହି ଦେଉଛନ୍ତି ।

ALISA-3ବରଗଡ଼ ଶ୍ୟାମାକାଳୀ ଏନକ୍ଲେଭରେ ରହୁଥିବା ଅଗ୍ରୱାଲ ପରିବାର ଝିଅ ହେଉଛନ୍ତି ଆଲିସା । ସାଧାରଣ ଲୋକଙ୍କ କଳ୍ପନା ବାହାରେ ଥିବା ତାଙ୍କର ଏହି ପ୍ରତିଭାକୁ ନେଇ ବରଗଡ଼ରେ ଏବେ ଖୁବ୍‌ ଚର୍ଚ୍ଚା । ତେବେ ଏହାକୁ ନେଇ ପରିବାର ଯେତେ ଖୁସି ସେତିକି ଆଶଙ୍କାରେ ରହୁଛନ୍ତି । ଏହା କିଛି ଚମତ୍କାର ନା ପ୍ରକୃତରେ ଆଲିସାଙ୍କର ପ୍ରତିଭା ତାକୁ ନେଇ ଆଶଙ୍କାରେ ପରିବାର ଲୋକେ ।

ବରଗଡ଼ରୁ ମହେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

You might also like