ଆଜି ରଥଯାତ୍ରା ପାଇଁ ରଥକାଠ ହେବ ଅନୁକୂଳ, ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଆଜି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ।  ଏହି ପବିତ୍ର ତିଥିରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ ।  ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ ।  ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ ।  ଏଥିଲାଗି ରଥଖଳାକୁ ପରିସ୍କାର କରାଯିବା ସହ ତିନି ରଥର ତିନୋଟି ଧଉରା କାଠକୁ ରଖାଯାଇଛି।

ଆଜି ସ୍ୱତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ।  ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ ।  ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।

ସେପଟେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ଦର୍ଶନ କରୁଛନ୍ତି ଭକ୍ତ । ଗତକାଲି ମହାପ୍ରଭୁ ବଡ଼ ସିଂହାର ବେଶରେ ପଦ୍ମବେଶ କୁ ଧାରଣ କରି ଶୟନ କରିଥିଲେ ଆଜି ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶ କୁ ଅବକାଶ ନୀତି ପର୍ଯ୍ୟନ୍ତ ଦର୍ଶନ କରିବେ ଭକ୍ତ ।

Also read:ପଦ୍ମବେଶରେ ମହାପ୍ରଭୁ: ବର୍ଷକୁ ଥରେ ହେଉଥିବାରୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

 

You might also like