ବନବିଭାଗ କର୍ମଚାରୀଙ୍କୁ କାଠ ମାଫିଆଙ୍କ ଢେଲା ପଥର ମାଡ଼, ୩୦ ଖଣ୍ଡ ଶାଗୁଆନ କାଠଗଣ୍ଡି ଜବତ
ମୋହନା(କେନ୍ୟୁଜ): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଝିଲିକି ଗ୍ରାମ ନିକଟରୁ ଏକ ୪୦୭ ମିନିଟ୍ରକରୁ ୩୦ ଖଣ୍ଡ ଶାଗୁଆନ କାଠଗଣ୍ଡି ଜବତ କରିଛି ମୋହନା ବନବିଭାଗ । ପାଟ୍ରୋଲିଙ୍ଗ ସମୟରେ ଝିଲିକି-ଗୌଡ଼ଗୋଠ ରାସ୍ତାରୁ ଏହି କାଠଗଣ୍ଡି ଜବତ କରାଯାଇଛି । ତେବେ ବନବିଭାଗ କର୍ମଚାରୀ ଗାଡ଼ିଟିକୁ ଅଟକାଇବା ବେଳେ ମାଫିଆମାନେ କର୍ମଚାରୀଙ୍କ ଉପରକୁ ଢେଲା ପଥର ମାଡ଼ କରିବା ସହ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ମୋହନା ବନାଞ୍ଚଳ ଅଧିକାରୀ ତାରାକାନ୍ତ ଉଦ୍ଗାତା କହିଛନ୍ତି । ବନବିଭାଗ କାଠଗଣ୍ଡି ଗାଡି ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି । ପୂର୍ବରୁ ମଧ୍ୟ ଗଜପତି ଗଂଜାମ ସୀମାନ୍ତ ବାଲିନାଲ ଜଙ୍ଗଲରେ ମାଫିଆମାନେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ଏବଂ ଏଥିରେ ବହୁ ବନବିଭାଗ କର୍ମଚାରୀ ଆହତ ହୋଇଥିଲେ । ଗଜପତିରୁ ଭାୟା ଗୌଡ଼ଗୋଠ ଦେଇ ବହୁ ମୂଲ୍ୟବାନ କାଠ ବନବିଭାଗକୁ ବେଖାତିର କରି ମାଫିଆ ଚାଲାଣ କରୁଛନ୍ତି । ଏଥିପ୍ରତି ଜିଲ୍ଲା ସ୍ତରୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।