ଗଜପତି : ଗଛ କାଠରେ ନିର୍ମିତ କାଠ ପୋଲ ହିଁ ଯାତାୟାତ ପାଇଁ ସାହା ଭରସା । ଦୈନଦିନ ଜିନିଷ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ଶିକ୍ଷା , ଗମନାଗମନ ପାଇଁ ଏହି କାଠ ପୋଲ ଉପରେ ହିଁ ନିର୍ଭର କରନ୍ତି ଲୋକେ। କାରଣ ଏମାନଙ୍କ ପାଇଁ ନାହିଁ ବିକଳ୍ପ ବ୍ୟବସ୍ଥା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସାନତୁଣ୍ଡି ପଂଚାୟତର ସନ୍ଧୀଗାଁରେ। ନିଜର ଦୈନଦିନ ଜିନିଷ ହେଉକି ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଗମନାଗମନ ପାଇଁ ଏହି କାଠ ପୋଲ ହିଁ ସାହା ଭରସା। ତା ସହ ରାୟଗଡ଼ ବ୍ଲକ କୁମୁଳିସିଂ ପଂଚାୟତର ସେରୁ ସାହି, ବଡବାଡ଼ ଓ ଉପର ଅଣାବରର ଦୁଇଟି ପଂଚାୟତର ଲୋକ ମଧ୍ୟ ଏହି ପୋଲ ଉପରେ ନିର୍ଭର କରନ୍ତି।
ବାରମ୍ବାର ସମସ୍ୟାର ସମାଧାନ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ସମସ୍ୟାର ସମାଧାନ ଦିଗରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି ରାୟଗଡ ବିଡିଓ କହିଛନ୍ତି।