ଲକ୍‌ ଡାଉନ୍‌ ପାଇଁ ଫସିରହିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମଜୀବୀ, ସେମାନଙ୍କ ପାଇଁ କରାଯିବ ରହିବା ଓ ଖାଇବା ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଫସିରହିଥିବା ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମଜୀବୀଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ଲକ୍‌ ଡାଉନ୍‌ ବେଳେ ଯେଉଁମାନେ ରାଜ୍ୟରେ ଫସି ରହିଛନ୍ତି । ଯେଉଁମାନେ ନିଜ ଘରକୁ ଫେରି ପାରୁନାହାନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା ହେବ । ବନ୍ଦ ରହିଥିବା ସ୍କୁଲ ଓ ହଷ୍ଟେଲ ଗୃହକୁ ସେମାନଙ୍କ ପାଇଁ ବ୍ୟବହାର କରାଯିବ । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସେପଟେ ଲକ୍‌ ଡାଉନ୍‌ ଯୋଗୁ ଓଡ଼ିଶାରେ ଫସି ରହିଥିବା ବିଭିନ୍ନ ରାଜ୍ୟର ଶ୍ରମିକମାନଙ୍କ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ୮ଟି ରାଜ୍ୟ ପାଇଁ ୭ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ବିହାର ଓ ଝାଡଖଣ୍ଡ ପାଇଁ ନୋଡାଲ ଅଫିସର ନିଯୁକ୍ତି ହୋଇଛନ୍ତି । ପଶ୍ଚିମବଙ୍ଗ ପାଇଁ ଆଇଏଏସ ଅଧିକାରୀ ଭାସ୍କରଜ୍ୟୋତି ଶର୍ମା, ଗୁଜୁରାଟ ପାଇଁ ଜାୱଲେ ନିତିନ ଭାନୁଦାସ, ମହାରାଷ୍ଟ୍ର ପାଇଁ ରାଜେଶ ପ୍ରଭାକର ପାଟିଲ, ତାମିଲନାଡୁ ପାଇଁ ଚିତ୍ରା ଅରୁମଗମ ଓ ଭି ଜୟ କୁମାର, ବିହାର ଓ ଝାଡ଼ଖଣ୍ଡ ପାଇଁ ସାଦିକ ଆଲାମ, ଆନ୍ଧ୍ର ଓ ତେଲେଙ୍ଗାନା ପାଇଁ ୱାଇ ବିଜୟାଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ ଦିଆଯାଇଛି । ବାହାର ରାଜ୍ୟର ଶ୍ରମିକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଧ୍ୟାନ ଦିଆଯିବ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.