କଶ୍ମୀରରେ ଟେଲିଫୋନ ସେବା ସ୍ୱଭାବିକ, ଉପଲବ୍ଧ ହେଲା ୨ଜି ମୋବାଇଲ ସେବା
କଶ୍ମୀର(କେନ୍ୟୁଜ୍): କଶ୍ମୀରରେ ସ୍ୱଭାବିକ ହେଲା ଟେଲିଫୋନ ସେବା। ଗତକାଲି ଲ୍ୟାଣ୍ଡଲାଇନ ସେବା ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ୨ଜି ମୋବାଇଲ ଫୋନ ସେବା ଉପଲବ୍ଧ ହୋଇଛି। ତେବେ ଇଣ୍ଟରନେଟ ସେବାକୁ ଅଚଳ ରଖାଯାଇଛି। ଶ୍ରୀନଗରର ରାଜବାଗ ଅଞ୍ଚଳରୁ ଏହି ସେବାକୁ ସ୍ୱାଭାବିକ କରାଯାଇଛି। ଏହା ସହ ଜମ୍ମୁର ସାମ୍ବା, କଠୁଆ, ଉଦ୍ଧମପୁରରେ ୨ଜି ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଛି। ରାଜୌରୀ ରହିଥିବା ସେନା ମୁତୟନକୁ ମଧ୍ୟ କୋହଳ କରିଦିଆଯାଇଛି। ତେବେ ରାତି ୯ଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ଗତ ୫ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଟେଲିଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରିଦେଇଥିଲେ। ସେପଟେ ସୋମବାର ଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଇଛି।