ରାଜ୍ୟ

ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ, ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଜେନାଙ୍କ ଦେହାନ୍ତ।  ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ କଟକ ବଡ ଡାକ୍ତରଖାନାରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କର ୬୧ ବର୍ଷ ବୟସ ହୋଇଥିଲା।ତାଙ୍କ ମୃତ୍ୟୁ ଖବର ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସ୍ବର୍ଗତ ଜେନା ଗତ ସୋମବାର ଦିନ ପ୍ରାତ ଭ୍ରମଣରେ ଆସି ଠାକୁରମୁଣ୍ଡା ବଜାର କିଛି ପରିଚିତ ଲୋକଙ୍କ ସହିତ ରାସ୍ତାରେ ଛିଡା ହୋଇ କଥାବାର୍ତ୍ତା ହେଉଥିବା ବେଳେ ହଠାତ ଗୁରୁତର ହୋଇପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଶ୍ରୀଯୁକ୍ତ ଜେନାଙ୍କ ରକ୍ତ ଚାପ ବୃଦ୍ଧି ଯୋଗୁଁ ଗୁରୁତର ଥାଇ ତାଙ୍କୁ ଘଷିପୁରା ଓ ପରେ କଟକ ବଡ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇ ଡାକ୍ତର ଚିକିତ୍ସା କରୁଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି।

ଶନିବାର ଦିନ ପରିବାର ଲୋକେ ତାଙ୍କ ମରଶରୀରକୁ ଠାକୁରମୁଣ୍ଡା ନିକଟ ତାଙ୍କ ଘର ନିହାଣଗଣ୍ଡିକୁ ଆଣିବା ବେଳେ ଠାକୁରମୁଣ୍ଡା ହନୁମାନ ଛକରେ ତାଙ୍କୁ ଅପେକ୍ଷା କରିଥିବା ବିଭିନ୍ନ ବର୍ଗର ଲୋକେ ଶେଷଦର୍ଶନ କରିଥିଲେ।ଠାକୁରମୁଣ୍ଡା ଓ କରଞ୍ଜିଆ ଅଞ୍ଚଳର ସାମ୍ବାଦିକ, ବରିପଦା DIPRO, ବ୍ଲକ ଅଧକ୍ଷ ପ୍ରଶାନ୍ତ  ବେହେରା,ବିଜେଡି ସଭାପତି ନନ୍ଦକିଶୋର ବାରିକ,ବସନ୍ତ ପୈବର୍ତ୍ତୀ,ଡ୍ରାଇଭର ସଂଘର କର୍ମକର୍ତ୍ତା,ଠାକୁରମୁଣ୍ଡା ସାହିତ୍ୟ ଘରର ସଦସ୍ୟ ମାନେ ପୁଷ୍ପ ଦେଇ ଶେଷ ଦର୍ଶନ କରିବା ସହ  ଅମର ଆତ୍ମାର ସଦଗତି କାମନା କରିଥିଲେ ।ମରଶରୀର ପହଞ୍ଚିବା ସମୟରେ ଠାକୁରମୁଣ୍ଡା ହନୁମାନ ଛକର ସମସ୍ତ ଦୋକାନ କିଛି ସମୟ ପାଇଁ ବନ୍ଦ ରହିଥିଲା। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା। ତାଙ୍କ ଘରେ ଶବ ପହଞ୍ଚିବା ପରେ ପରିବାର ଲୋକଙ୍କ ଦ୍ୱାରା ଶବ ସତ୍କାର କରାଯାଇଥିଲା।ସ୍ବର୍ଗତ ଚିତ୍ତରଞ୍ଜନ ଜେନା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଙ୍ଘର ମୟୁରଭଞ୍ଜ ଜିଲ୍ଲାର ସହ ସମ୍ପାଦକ ଥିଲେ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

12 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

14 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

55 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago